Spread the love

 

Bargarh-Dhanu-Yatra-Copy

ବରଗଡ଼: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ସକାଶେ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୈଠକ ସରିଛି। ନାନାଦି ଅଭିଯୋଗ ସାମନାକୁ ବି ଆସିଛି। ପ୍ରଥମେ ମହୋତ୍ସବ ସମିତିର ଆବାହକ ସୁରେଶ୍ବର ଶତପଥୀ ଗତବର୍ଷର ଆୟବ୍ୟୟ ଅଟକଳ ରଖିଥିଲେ।

ତେବେ ଗୋପପୁର କମିଟି ଏକ ସାଂଘାତିକ ଅଭିଯୋଗ ଆଣିଥିଲା। କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ପୈଠ ହୋଇଛି, ତାହା ନକଲି ବିଲ୍‌ ଦ୍ବାରା କରାଯାଇଥିବା ଦୟାନିଧି ପ୍ରଧାନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ପ୍ରବଳ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଏହି ମାମଲା ସତ ଥିଲେ ତୁରନ୍ତ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

 

Leave a Reply

Your email address will not be published. Required fields are marked *