
ଜୁଲାଇ ୨୪ ତାରିଖରେ ସୁପ୍ରିମକୋର୍ଟ ଆର୍ଆର୍ଟିଏସ୍ ପ୍ରୋଜେକ୍ଟ ପାଇଁ ଦିଲ୍ଲୀ ସରକାରଙ୍କୁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ପୈଠକ କରିବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ସମୟ ଦେଇଥିଲେ। ତେବେ କେଜ୍ରିଓ୍ୱାଲ ସରକାର ଆଜି ଯାଏ ଏହି ଟଙ୍କା ଦେଇନାହାନ୍ତି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି।
କାହିଁକି ଦିଲ୍ଲୀ ସରକାର କୋର୍ଟଙ୍କ ଆଦେଶ ପାଳନ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଯଦି ସପ୍ତାହ ଭିତରେ ଏହି ଟଙ୍କା ପୈଠ ନ କରାଯାଏ ତେବେ ସରକାରଙ୍କ ବିଜ୍ଞାପନ ବଜେଟ୍ ଉପରେ ରୋକ ଲାଗଇ ଦିଆଯିବ। ଏହି ବିଜ୍ଞାପନ ଟଙ୍କାକୁ ଜବତ କରି ଏହି ପ୍ରୋଜେକ୍ଟରେ ଲଗାଯିବ ବୋଲି କୋର୍ଟ କହିଛନ୍ତି। ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ମୁତାବକ ଗତ ତିନି ବର୍ଷ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ବଜେଟ୍ ୧୧୦୦ କୋଟି ଟଙ୍କା ଥିଲା। ତେବେ ଚଳିତ ବର୍ଷ ଏହି ବଜେଟ୍ ୫୫୦ କୋଟି ରହିଛି।