
ସୁନଗଡ, ସିଲେଟକଣି ଓ ଅଙ୍ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ବହୁବାର ଦାବି ହେଉଥିଲା। ଏପରିକି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଲୋକମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଲୋକଙ୍କ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି। ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।
ଦୁଇ ପ୍ରକଳ୍ପ ଦ୍ୱାରା ୪ଟି ବ୍ଲକ୍ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ସିକୁଆଁ ପ୍ରକଳ୍ପ ଦ୍ୱାରା ଦେଓଗାଁ ଓ ବଲାଙ୍ଗିର ବ୍ଲକ୍ରେ ଜନସାଧାରଣ ଉପକୃତ ହେବେ। ସେହିପରି କୁଟସିଙ୍ଘା ପ୍ରକଳ୍ପ ଦ୍ୱାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍ର ଜନସାଧାରଣ ଉପକାର ପାଇବେ।