
ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଛି ଔଷଧ। ଏହା ସଫଳ ହେବା ପରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳକୁ ଏହା ସାହାଯ୍ୟରେ ନମୁନା ଏବଂ ଔଷଧ ପଠାଯିବ ।
ଜିଲ୍ଲା ମୁଖ୍ୟାଳୟରେ ବସି ଜଣେ ବ୍ୟକ୍ତି ଏହି ଡ୍ରୋନର ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ ଅଛି ଯାହା ଲୋକଙ୍କ ଅସୁବିଧା ସମୟରେ କାମରେ ଆସିବ।
ଡ୍ରୋନ ସାହାଯ୍ୟରେ ଲୋକଙ୍କ ନିକଟରେ ଖୁବ୍ ଶୀଘ୍ର ମେଡିସିନ ପଠାଯାଇ ପାରିବ। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇଛି। ଏହା ଏକ ସୁଫଳ ଯୋଜାନରେ ପରିଣତ ହୋଇ ପାରିବ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।
ଏ ସଂକ୍ରାନ୍ତରେ ସୂଚନା ଦେଇ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂହ କହିଛନ୍ତି, ଡ୍ରୋନ ଦ୍ୱାରା ମେଡିସିନ ଡେଲିଭରି ଓ ସାମ୍ପଲ ସଂଗ୍ରହ କାମ ଆରମ୍ଭ ହୋଇଛି। ଆମ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟରେ ଏହି କାମ ଆରମ୍ଭ ହୋଇଛି। ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିଲା। ସମୟ ସହ ଟଙ୍କା ଅପଚୟ ହେଉଥିଲା। ଏହାଦ୍ୱାରା ଲୋକେ ଉପକୃତ ହେବେ । ଖୁବ୍ ଶୀଘ୍ର ଜିଲ୍ଲାର ଅନ୍ୟ ବ୍ଲକକୁ ବି ଡ୍ରୋନ ସାହାଯ୍ୟରେ ମେଡିସିନ ପହଞ୍ଚିବ ।
ସୂଚନାଯୋଗ୍ୟ, ଓଡ଼ିଶା ପୂର୍ବରୁ ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟର ଗୋଟିଏ ଗୋଟିଏ ଜିଲ୍ଲାରେ ଡ୍ରୋନ ମାଧ୍ୟମରେ ଔଷଧ ବିତରଣ କରାଯାଉଛି।