
ବିଜୟ ମହାପାତ୍ର କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ଯେଉଁ ସମୟ ସୀମା ନିର୍ଦ୍ଧାରଣ କରୁଛି, ଗଜପତି ମଧ୍ୟ ଏ ନେଇ ବିବୃତି ଦେଇଥିଲେ ତାହା ସମ୍ଭବ ନୁହେଁ। ରତ୍ନ ଭଣ୍ଡାର ଖୋଲିବା ଏବଂ ଯେଉଁ ରତ୍ନ ସବୁ ଅଛି ତାହା ଗଣିବା ସମୟ ସାପେକ୍ଷ। ଶେଷଥର ଯେଉଁ ରତ୍ନ ଭଣ୍ଡାର ଏବଂ ଗଣତି କରାଯିବା ପାଇଁ ୭୦ ଦିନ ଲାଗିଥିଲା, ତେଣୁ ପାଞ୍ଚ ସାତ ଦିନ ଭିତରେ ସାରି ହେବନି। ରାଜ୍ୟ ସରକାର ସେଥିପାଇଁ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ ଏବଂ କମିଟି ଗଠନ କରନ୍ତୁ। ମନ୍ଦିର ଚାଲିଥିବା ସମୟରେ ମଧ୍ୟ ରତ୍ନ ଭଣ୍ଡାର ଗଣତି ହୋଇ ପାରିବ। ମନ୍ଦିରକୁ ବନ୍ଦ ନ କରି ମଧ୍ୟ ରତ୍ନ ଭଣ୍ଡାର ଗଣତି କରାଯାଇ ପାରିବ। ସେ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ରାଜ୍ୟ ସରକାର ନେବା ଦରକାର। ପରିଚାଳନା କମଟି ମଧ୍ୟ ଏନେଇ ଜୋରଦାର ଉଦ୍ୟମ କରିବା ଦରକାର। ପରିଚାଳନା କମିଟି ଖାଲି ନ ବସି ସରକାରଙ୍କୁ ଭେଟୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାର ଲୋକ ଚାହୁଁଚନ୍ତି, ଏଣୁ ରତ୍ନ ଭଣ୍ଡାର ଖୋଲାଯାଉ ବୋଲି କହିଛନ୍ତି ବରିଷ୍ଠ ରାଜନେତା।