Skip to content

ପୁରୀ, ୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୫୬ ଫୁଟ ଉଚ୍ଚତାର ଏକ ବିଶ୍ୱକପ୍ ଆଙ୍କି ଭାରତୀୟ ଟିମ୍କୁ ଫାଇନାଲ ମ୍ୟାଚ୍ର ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସେ ୫୦୦ ଷ୍ଟିଲ ବାସନ ସହ ୩୦୦ ବଲ ବ୍ୟବହାର କରିଛନ୍ତି।
ପ୍ରକାଶ ଯେ, କ୍ରମାଗତ ଭାବେ ଲିଗ୍ ପର୍ଯ୍ୟାୟରେ ବିଜୟ ଲାଭ କରିଥିବା ଭାରତୀୟ ଟିମ୍ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା। ଦଳର ସମସ୍ତ ଖେଳାଳି ଜବରଦସ୍ତ ଫର୍ମରେ ଥିବାରୁ ଏଥର ବିଶ୍ୱକପ୍ ଟିମ୍ ଇଣ୍ଡିଆ ହାତେଇବ ବୋଲି ଆଶା କରାଯାଉଛି।