
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡିଭନ୍ କନୱେ ୧୫ ବଲରେ ୧୩ରନ କରି ଆଉଟ ହୋଇଥିଲେ।ରାଚିନ୍ ରବିନ୍ଦ୍ର ୨୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କେନ୍ ୱିଲିୟମ୍ସନ୍ ଓ ଡାରିଲ୍ ମିଚେଲ ସମ୍ଭାଳିଥିଲେ। କେନ୍ ୱିଲିୟମ୍ସ ୭୩ ବଲରେ ୬୯ ରନ କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ କୌଣସି ରନ ନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୩୩ ବଲରେ ୪୧ ରନ କରି ଆଉଟ ହୋଇଥିଲା। ମାର୍କ ଚାପମାନ ୫ ବଲରେ ୨ ରନରେ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳି ରଖିଥିବା ଡାରିଲ୍ ମିଚେଲ ୧୧୯ ବଲରେ ୧୩୪ ରନ କରି ଆଉଟ ହୋଇଥିଲେ। ମିଚେଲ ସାଣ୍ଟନର୍ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଟିମ୍ ସାଉଥୀ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଲକି ଫର୍ଗୁସନ୍ ୩ ବଲରେ ୬ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ସର୍ବାଧିକ ୭ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଭାରତ ପକ୍ଷରୁ ବ୍ୟାଟିଂରେ, ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ ।