
କଟକ : ରାଜ୍ୟରେ ନୌକା ଦୁର୍ଘଟଣା ରୋକିବା ଓ ନୌକା ଚାଳନା ନିୟନ୍ତ୍ରଣ ପାଇଁ ଆଇନ କାର୍ଯ୍ୟକାରୀ କରିବା ଦାବିରେ ଆଇନଜୀବୀ ପ୍ରବୀର ଦାସ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ୩ଟି ପୃଥକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଇନ୍ ଲାଣ୍ଡ ଭେସେଲ ଆକ୍ଟ ୨୦୧୨ ଅନୁଯାୟୀ ନୂଆ ନିୟମାବଳୀ ପ୍ରସ୍ତୁତି ପ୍ରସଙ୍ଗରେ ମଧ୍ୟ ତଥ୍ୟ ରଖିବାକୁ କୋର୍ଟ କହିଛନ୍ତି।
ନୂଆ ନିୟମାବଳୀର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ପାଟନା ସ୍ଥିତ ନ୍ୟାସନାଲ ଇନଲାଣ୍ଡ ନାଭିଗେସନ ଇନଷ୍ଟିଚ୍ୟୁଟକୁ କୁହାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ କେବେ ସୁଦ୍ଧା ଏହା ପ୍ରସ୍ତୁତ ହେବ ଏବଂ ଯଦି ପ୍ରସ୍ତୁତ ହୋଇଛି, ତାହା ଆସନ୍ତା ତାରିଖରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।