
ହସ୍ପିଟାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ବି ଦୁର୍ବ୍ୟବହାର କରିଥିଲେ। ସେମାନଙ୍କୁ ଦିଲ୍ଲୀପ ରାୟ ଏବଂ ପ୍ରଶାନ୍ତ ପଣ୍ଡା ପଠାଇଛନ୍ତି ବୋଲି ସେମାନେ କହିଥିଲେ। ଏହି ବ୍ୟକ୍ତିମାନେ ନିଜକୁ ମୈତ୍ରୀ ବିହାର ପୁଲିସ ବୋଲି ପରିଚୟ ଦେଇଥିଲେ। ସୌମ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସେହି ବ୍ୟକ୍ତିଙ୍କୁ ସନ୍ତୋଷ ଜାଣନ୍ତି ନାହିଁ ବୋଲି କହିଥିଲେ। ସନ୍ତୋଷ ପୁଲିସ ପରିଚୟ ଦେଉଥିବା ଏହି ବ୍ୟକ୍ତିଙ୍କୁ ସର୍ଚ୍ଚ ଵାରେଣ୍ଟ ସହିତ ପୁଲିସ ପରିଚୟ ମାଗିବାରୁ ସେମାନେ ସନ୍ତୋଷଙ୍କ ମୋବାଇଲ ଫୋନ୍, ୧ ଲକ୍ଷ ଟଙ୍କା, ସୁନା ଚେନ୍ ଛଡ଼ାଇ ନେଇଥିଲେ। ସେମାନେ ବନ୍ଧୁକ ମୁନରେ ସନ୍ତୋଷଙ୍କୁ ଧମକାଇ ଥିଲେ।
ଏହି ଘଟଣା ପରେ ସନ୍ତୋଷଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ତାଙ୍କ ଖୋଜଖବର ମିଳିପାରୁନାହିଁ। ପତ୍ନୀ ଏହି ଘଟଣାରେ ସନ୍ତୋଷଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଉଭୟ ଦିଲ୍ଲୀପ ଏବଂ ପ୍ରଶାନ୍ତ ନିର୍ବାଚନ ଲଢ଼ିବା ପାଇଁ ସନ୍ତୋଷଙ୍କ ନିକଟରୁ ବିପୁଳ ପରିମାଣରେ ଟଙ୍କା ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରୁନଥିଲେ। ବାରମ୍ବାର ମାଗିଥିଲେ ମଧ୍ୟ ଏହାକୁ ଏଡ଼ାଇ ଦେଉଥିଲେ। ଶର୍ମିଷ୍ଠା ଏ ସଂକ୍ରାନ୍ତରେ ଗଲା ୧୨ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୪୪୮, ୪୨୭, ୩୭୯, ୩୬୫, ୨୯୪, ୫୦୬, ୩୪ରେ ଏକ ମାମଲା (କେସ୍ ନଂ ୩୨୩) ରୁଜୁ କରିଛି।