
ଏପରି ଏକ ଘଟଣା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଘଟିଛି। ଧନତେରସ୍ ପାଇଁ ଦୋକାନ ଖୋଲୁ ଖୋଲୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା।
ସୂଚନା ଅନୁସାରେ, ଆଜି ସକାଳେ ସମ୍ପୃକ୍ତ ସୁନା ଦୋକାନ କର୍ମଚାରୀମାନେ ଧନତେରସ୍ ପାଇଁ ବେଶ୍ ଉତ୍ସାହର ସହ ଦୋକାନ ଖୋଲିଥିଲେ। ଏହି ସମୟରେ ହଠାତ୍ କିଛି ଲୁଟେରା ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। କର୍ମଚାରୀଙ୍କୁ ଅଳଙ୍କାର ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନ କର୍ମଚାରୀ ନ ମାନିବାରୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।
ଲୁଟେରାମାନେ ପାଖାପାଖି 20 କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ସହରରେ ଏହାକୁ ବଡ ଧରଣର ଲୁଟ୍ ବୋଲି କୁହାଯାଇଛି। ସବୁଠାରୁ ବଡ କଥା ହେଉଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସମୟରେ ଏପରି ଘଟଣା ଘଟିଛି। ନଭେମ୍ବର 9ରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିଥିଲେ ରାଷ୍ଟ୍ରପତି ମୁର୍ମୁ।