Spread the love

 

rwe

ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତରେ ଚାଲିବ ଫୁଲ୍-ଇଲେକ୍ଟ୍ରିକ୍ ଏୟାର୍ ଟ୍ୟାକ୍ସି। ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍(InterGlobe Enterprises) ୨୦୨୬ ମସିହାରେ ସାରା ଦେଶରେ ଇ-ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ଯୋଜନା କରୁଛି। ଆମେରିକା ଭିତ୍ତିକ ‘ଆର୍ଚର ଏଭିଏସନ'(Archer Aviation) ସହଯୋଗରେ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏହି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଇ-ଏୟାର ଟ୍ୟାକ୍ସିର ଗୁଣବତ୍ତାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଦିଲ୍ଲୀରେ କାର୍ ଯୋଗେ ଯେଉଁ ଯାତ୍ରା ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ସମୟ ଲାଗୁଛି, ଏୟାର ଟ୍ୟାକ୍ସିରେ ତାହା ପ୍ରାୟ ୭ ମିନିଟ୍ ସମୟ ଲାଗିବ। ଭାରତରେ ଫୁଲ୍-ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ସେବା ଆରମ୍ଭ ଏବଂ ପରିଚାଳନା ପାଇଁ ଉଭୟ କମ୍ପାନୀ ଏକ ବୁଝାମଣ ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସେବା ମାଧ୍ୟମରେ ଜନବହୁଳ ସହରଗୁଡିକରେ ପରିବହନ ସେବାକୁ ସହଜ ଏବଂ ପ୍ରଦୂଷଣ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଅନୁମୋଦନ ମିଳିବା ପରେ ୨୦୨୬ ସୁଦ୍ଧା ଭାରତରେ ଏହି ସୁବିଧା ଉପଲବ୍ଧ ହେବ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ହେଉଛି ଏକ ଭାରତୀୟ ଭ୍ରମଣ ଗୋଷ୍ଠୀ(ଟ୍ରାଭେଲ୍ ଗ୍ରୁପ୍)। ଦେଶର ବୃହତ୍ତମ ବିମାନ ସେବା ଇଣ୍ଡିଗୋ ଏହାର ଏକ ଅଂଶ। ଆର୍ଚର ଆଭିଏସନ ହେଉଛି ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ(EVTOAL) ବିମାନ ଚଳାଚଳର ଏକ ଅଗ୍ରଣୀ କମ୍ପାନୀ।

ଆର୍ଚର ଏଭିଏସନ ଏକ ପବ୍ଲିକ ଲିମିଟେଡ କମ୍ପାନୀ। ଏହାର ମୁଖ୍ୟାଳୟ କାଲିଫର୍ନିଆର ସାନ ଜୋସରେ ଅଛି। କମ୍ପାନୀ EVTOAL ବିମାନ ଉତ୍ପାଦନ କରେ। ଏହାର କର୍ପୋରେଟ୍ ଅଂଶୀଦାରମାନେ ହେଉଛନ୍ତି କ୍ରାଇସର୍-ପ୍ୟାରେଣ୍ଟ୍ ଷ୍ଟେଲାଣ୍ଟିସ୍, ବୋଇଙ୍ଗ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ।

କମ୍ପାନୀ ଦାବି କରିଛି ଯେ, ଏହା ୧୫୦ ମାଇଲ୍ (ଘଣ୍ଟା ପ୍ରତି ୨୪୦ କିଲୋମିଟର) ବେଗରେ ୧୦୦ ମାଇଲ୍ (୧୬୦ କିଲୋମିଟର) ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ। ପ୍ରାରମ୍ଭରେ ଜାତୀୟ ରାଜଧାନୀ ଦିଲ୍ଲୀ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

 

Leave a Reply

Your email address will not be published. Required fields are marked *