Skip to content

ବାରିପଦା : ନୂଆଦିଲ୍ଲୀଠାରେ “ବ୍ୟାଘ୍ର ପ୍ରକଳ୍ପ”ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଏକ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଯେଉଁଥିରେ ସମଗ୍ର ଭାରତ ବର୍ଷରୁ ୫୩ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଚିତ୍ର ଶିଳ୍ପୀଙ୍କୁ ସୁଯୋଗ ଦିଆଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରୁ ୪ ଜଣ ଶିଳ୍ପୀଙ୍କ ମଧ୍ୟରୁ ଏକ ମାତ୍ର ଝିଅ ଭାବେ କୁସୁମୀ ବ୍ଲକ୍ର ଚିତ୍ରଶିଳ୍ପୀ ଅଞ୍ଜନା ମାର୍ଣ୍ଡିଙ୍କ ଚିତ୍ର ଉକ୍ତ ପ୍ରଦର୍ଶନୀରେ ସ୍ଥାନ ପାଇଥିଲେ। ଯେଉଁ ଚିତ୍ରକଳାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚ ପ୍ରଶଂସା କରିଥିଲେ।
ଅଞ୍ଜନା ମାର୍ଣ୍ଡି ତାଙ୍କ ଚିତ୍ରରେ ଶିମିଳିପାଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଶୈଳୀକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରିଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସହିତ ସୁସମ୍ପର୍କ ରଖି କେମିତି ପାରମ୍ପରିକ ଏବଂ ସାଂସ୍କୃତିକ ଢଙ୍ଗରେ ଆଦିବାସୀମାନେ ଜୀବନ ଅତିବାହିତ କରୁଛନ୍ତି, ତାହାକୁ ଖୁବ୍ ସୁନ୍ଦର ଭାବରେ ଦେଖାଇଥିଲେ ଅଞ୍ଜନା। ଏହାଛଡ଼ା ନିଜ ହାତରେ ତିଆରି କରିଥିବା ରାଷ୍ଟ୍ରପତିଙ୍କ ପେନ୍ସିଲ୍ ସ୍କେଚ୍କୁ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଞ୍ଜନା ପ୍ରଦାନ କରିଛନ୍ତି।