Spread the love

 

9Cong

ଭୁବନେଶ୍ୱର: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସତ୍ୟାଗ୍ରହ ହୋଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାଲାଗି ସଂକୀର୍ତ୍ତନ ଜରିଆରେ କଂଗ୍ରେସ ଦାବି କରୁଛି। ଏହାଛଡ଼ା, ରତ୍ନଭଣ୍ଡାର ମରାମତି ଓ ଗଣତି ପାଇଁ ମଧ୍ୟ ଦାବି କରୁଛି କଂଗ୍ରେସ।
ଆଜି ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟଘଣ୍ଟା ବଜାଇ ଆନ୍ଦୋଳନ କରିଛି ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯାଇଛି। ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା। ଏନେଇ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲା। ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ହେଲେ କଣ୍ଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିଛି ଦଳ।

 

Leave a Reply

Your email address will not be published. Required fields are marked *