
ଭିଜିଲାନ୍ସର ତଥ୍ୟ ଅନୁଯାୟୀ ଭୁବନେଶ୍ବର ଖଣ୍ଡଗିରି ବିହାରରେ ଶ୍ରୀ ସାହୁଙ୍କର ୫ ହଜାର ବର୍ଗଫୁଟ ପ୍ଲଟରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁରରେ ୧୭୨୯ ବର୍ଗଫୁଟରେ ଗୋଟିଏ କେଠା ଘର, ୨୧୮ ଗ୍ରାମର ସୁନା ଅଳଙ୍କାର, ୪୧ ଲକ୍ଷ ଟଙ୍କାର ଘରୋଇ ଉପକରଣ ଇତ୍ୟାଦି ଠାବ କରାଯାଇଛି। ଏହି ବିପୁଳ ସଂପତ୍ତିର ଉତ୍ସ ଜାଣିବା ପାଇଁ ଶ୍ରୀ ସାହୁଙ୍କୁ ଜେରା କରାଯାଉଛି। ଆଜି ଭିଜିଲାନ୍ସର ୭ଟି ସ୍ବତନ୍ତ୍ର ଟିମ ଭୁବନେଶ୍ବର ଖଣ୍ଡଗିରି ବିହାର ଘର, କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁର ସ୍ଥିତ ଘର, ସାଲେପୁର ସ୍ଥିତ ସରକାରୀ କ୍ବାର୍ଟର, କେନ୍ଦ୍ରାପଡା ରାୟପୁରର ଶ୍ବଶୁର ଘର, କେନ୍ଦ୍ରାପଡା ବଡହାଟ ସ୍ଥିତ ସଂପର୍କୀୟଙ୍କ ଘର, କେନ୍ଦ୍ରାପଡା କୃଷି ଅଫିସ ନିକଟରେ ଥିବା ଜଣେ ସଂପର୍କୀୟଙ୍କ ଘର, ସାଲେପୁର ସ୍ଥିତ ଅଫିସରେ ଚଢଉ କରିଥିଲା। ଏହି ଚଢଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।