
ସୂଚନା ଅନୁସାରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏସ ଆଇ ବିଜୟ ବାରିକ ସଦଳବଳେ ସୋର ପୌରାଞ୍ଚଳ ଆଡଙ୍ଗବଜାର ପୁରୁଣା ମାଛ ମାର୍କେଟରେ ଥିବା ଏକ ଗୋଦାମରେ ଅଚାନକ ଚଢ଼ଉ କରିଥିଲେ। ପରେ ଏଥିରେ ବେଆଇନ ଭାବେ ଗଛିତ ଥିବା ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣକୁ ଜବତ କରିବା ସହିତ ଦୁଇଟି ଗାଡ଼ିରେ ଥାନାକୁ ନେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଗୋଦାମ ମାଲିକଙ୍କୁ ଅଟକ ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୁଲିସ।