
ମିଳିଥିବା ସୂଚନା ଅନୁସାରେ, ଲୋକଙ୍କ ଆଧାରକାର୍ଡ ଯାଞ୍ଚ ସହ ଟଙ୍କାର ଉତ୍ସ ବୁଝିଥିଲେ ଟିମ୍। ପ୍ରଥମେ ଇଓଡବ୍ଲ୍ୟୁ ଓ ପରେ ଇଡିର ସ୍ବତନ୍ତ୍ର ଟିମ୍ କରିଥିଲା ଛାନଭିନ୍। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏବେ ଏହି କାରବାରରେ ସଂପୃକ୍ତ କିଛି ଦଲାଲ ଗାୟବ ହୋଇଯାଇଥିବା ଜଣାପଡ଼ିଛି। ଗତ ୫ ଦିନର ସିସିଟିଭି ଫୁଟେଜ ନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା।
ଏପଟେ ଲାଇନକୁ ଆସି ଗୁରୁବାର ଲୋକଙ୍କୁ ସଚେତନ କରାଇଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ଟଙ୍କା ବଦଳ ଲାଗି ଆକାଉଣ୍ଟ ଡିପୋଜିଟ କରିବାକୁ ସଚେତନ କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୯୭ ପ୍ରତିଶତ ନୋଟ ଫେରିଲାଣି ବୋଲି ସେ କହିଛନ୍ତି। ଲୋକ ବଢ଼ିଲେ ଟଙ୍କା ଆହୁରି ଅଧିକ ଫେରିବ। ଗତକାଲି ଅପେକ୍ଷା ଆଜି କମ ଲୋକ ଅଛନ୍ତି । ବିଶେଷକରି ଆକାଉଣ୍ଟରେ ଡିପୋଜିଟ ପାଇଁ ଲୋକଙ୍କୁ ଅପିଲ କରାଯାଉଛି। ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆକାଉଣ୍ଟ ଡିପୋଜିଟ ପାଇଁ ଅଲଗା ଲାଇନ କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।