
ମୃତା ଶୁଭସ୍ମିତାଙ୍କ ବାପା କହିଛନ୍ତି, ତାଙ୍କ ଝିଅ ୯ ମାସ ହେଲା ଗାଁରୁ ଆସି ଭୁବନେଶ୍ୱରରେ ଏକ ଶପିଂ ମଲ୍ରେ କାମ କରୁଥିଲେ। ଦେଢ଼ ମାସ ତଳେ ସେ ଜଣେ ଯୁବକଙ୍କୁ ପ୍ରେମ କରୁଛନ୍ତି ଓ ତାଙ୍କୁ ମନ୍ଦିରରେ ବିବାହ କରୁଥିବା କହିଥିଲେ। ପରେ ନମ୍ବର ବଦଳାଇ ପରିବାର ଲୋକଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ ବୋଲି ସେ କହିଛନ୍ତି। ଏପଟେ ପିଣ୍ଟୁ ବିବାହିତ ଥିବାବେଳେ ତାଙ୍କର ୪ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି। ତାଙ୍କ ସ୍ତ୍ରୀ ବେଙ୍ଗାଲୁରୁରେ ରହୁଥିବାବେଳେ ପିଣ୍ଟୁ ଅନ୍ୟଜଣେ ଯୁବତୀଙ୍କ ସହ ଅଲଗା ରହୁଥିବା ନେଇ ତାଙ୍କ ପରିବାର ଲୋକ ମଧ୍ୟ ଜାଣି ନ ଥିଲେ। ରବିବାର ସକାଳ ୮ଟା ୩୦ରେ ସେ ଘରୁ ଆସି ଫେରି ନ ଥିଲେ ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି। ତେବେ କେଉଁ କାରଣରୁ ପିଣ୍ଟୁ ଓ ଶୁଭସ୍ମିତା ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ଉଲ୍ଲେଖଯୋଗ୍ୟ, ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଶୁଭସ୍ମିତା ଓ ପିଣ୍ଟୁ ଏକାଠି ରହୁଥିଲେ। ରବିବାର ଉକ୍ତ ଘରର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ସା ପ୍ରାୟ ୭ଟା ବେଳେ ସ୍ଥାନୀୟ ଲୋକେ ସ୍କାଏ ଲାଇଟ୍ ଦ୍ୱାରା ଘଟଣା ବିଷୟରେ ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା(ନଂ.୮୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।