
ଇସ୍ରାଏଲ ଓ ଆମେରିକାକୁ ଧମକ ଦେଇଥିବା ଇରାନ ଇତି ମଧ୍ୟରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି । ଏବେ ଆମେରିକା ଓ ଇସ୍ରାଏଲକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଇରାନ ତା’ର ଆଟାକ୍ ହେଲିକପ୍ଟରରୁ ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି।
ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ରର ଏହା ଏକ ବ୍ୟବହାରିକ ପରୀକ୍ଷଣ ଥିଲା, ଯାହା ସଫଳ ହୋଇଛି। ହାଇଦର ହେଉଛି ଏକ ସ୍ଥଳରୁ ଆକାଶରେ କ୍ରୁଜ୍ କ୍ଷେପଣାସ୍ତ୍ର। ହେଲିକପ୍ଟର ଛାଡ଼ିବା ପରେ ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ସର୍ବୋତ୍ତମ ସଠିକତାର ସହ ଧ୍ୱଂସ କରିଦେଇଥିଲା। ଉତକ୍ଷେପଣ ପରେ ହେଲିକପ୍ଟର ପାଇଲଟଙ୍କ ପାଖରେ କ୍ଷେପଣାସ୍ତ୍ରକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା। ଇରାନ ଦୁଇ ଦିନ ହେବ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ।