Spread the love

 

ewr

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଥମୁନି ବିବାଦ। ବିରୋଧୀ ଦଳ ତାଙ୍କୁ ଚାରିପଟୁ ଘେରୁଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଏହି ଟିଏମ୍‌ସି ନେତ୍ରୀଙ୍କୁ ଟାର୍ଗେଟ୍‌ କରିଚାଲିଛି। ସାଂସଦ ନିଶିକାନ୍ତ ଦୁବେଙ୍କ ପରେ ଏବେ ବିଜେପି ନେତା ଶେହଜାଦ ପୁନାୱାଲା ସୋସିଆଲ ମିଡିଆ ସାଇଟ ‘X’ ରେ ଏକ ପୋଷ୍ଟ କରି ମହୁଆଙ୍କୁ ବାଣ ମାରିଛନ୍ତି।

‘ଚୋରି ଔର୍‌ ଫିର୍‌ ସିନା ଜୋରି’- ମହୁଆ ମୋଇତ୍ରା। ଏଥିକ୍ସ କମିଟିର ତଦନ୍ତ ସରିବା ଯାଏଁ ସେ ଇସ୍ତଫା ଦେଇ ଦେବା ଉଚିତ। ଟିଭିରେ ସାକ୍ଷାତକାର ଦେବା ପାଇଁ ତାଙ୍କ ପାଖରେ ସମୟ ଅଛି। ସେ ଯାହା ହେଉ ଟିଭି ସାକ୍ଷାତକାର୍‌ରେ ଲଗ୍‌ଇନ୍‌ ପାସଓ୍ୱାର୍ଡ ଅନ୍ୟକୁ ଦେଇଥିବା କଥା କହିଛନ୍ତି। ଏହା ହିଁ ତାଙ୍କ ଘୃଣ୍ୟ କାମର ସ୍ୱୀକାର୍ଯ୍ୟ ବୋଲି ବିଜେପି ନେତା ଶେହଜାଦ ପୁନାଓ୍ୱାଲା କହିଛନ୍ତି।

ପୁନାଓ୍ୱାଲାଙ୍କ ପୂର୍ବରୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ମହୁଆ ମୋଇତ୍ରାଙ୍କୁ ଟାର୍ଗେଟ୍‌ କରିଥିଲେ। ସୂଚନା ଅନୁଯାୟୀ ଦର୍ଶନ ହିରାନନ୍ଦାନୀ ଏବଂ ଦୁବାଇ ଦିଦି (ସାଂସଦ) ଯୋଗାଯୋଗରେ ଅଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚାଲିଛି ଏହା ଉପରେ ଲୋକସଭା ବାଚସ୍ପତି ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଥିଲେ।

ସୂଚନା ମୁତାବକ, ଲୋକସଭା ସଂସଦରେ ଲାଞ୍ଚ ଦେଇ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ ଲୋକସଭାର ଏଥିକ୍ସ କମିଟି କରୁଛି। ନଭେମ୍ବର ୨ ତାରିଖରେ ଏହି ପ୍ରସଙ୍ଗରେ ହାଜର ହେବାକୁ କମିଟି ମହୁଆ ମୋଇତ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମହୁଆଙ୍କ ପୂର୍ବରୁ କମିଟି ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

 

Leave a Reply

Your email address will not be published. Required fields are marked *