Spread the love

 

rain

ଭୁବନେଶ୍ବର : ଆଗାମୀ ୪ ଦିନ ପାଗ ସାଧାରଣତଃ ଶୁଖିଲା ରହିବ। ତେବେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଜିଲ୍ଲାରେ କୁହୁଡି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନକରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଛି। ଯାଜପୁର ଜିଲ୍ଲାରେ ୧୦ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଶୁଳିଆପଦାରେ ୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏଥିସହ ରାତିର ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଜି.ଉଦୟଗିରିଠାରେ ୧୩ ଡିଗ୍ରୀ ସେଲ୍‌ସିୟସ୍‌, ଫୁଲବାଣୀରେ ୧୪ ଡିଗ୍ରୀ, କୋରାପୁଟ୍‌ରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କିରେଇରେ ୧୪.୪ ଡିଗ୍ରୀ, ସେମିଳିଗୁଡ଼ାରେ ୧୫ ଡିଗ୍ରୀ, ଅନୁଗୋଳରେ ୧୬ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧.୪, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଓ ରାଉରକେଲାରେ ୧୮.୨ ଡିଗ୍ରୀ ସେଲ୍‌ସିୟସ୍‌ ରାତିର ତାପମାତ୍ରା ରେକର୍ଡ କରାଯାଇଛି।

 

Leave a Reply

Your email address will not be published. Required fields are marked *