Spread the love

 

zzxx

ଭୁବନେଶ୍ବର : ତୀବ୍ର ହେଉଛି କଳି। ସମାଧାନର ରାସ୍ତା ବାହାରି ପାରୁନାହିଁ। ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ କରିବା ପରେ କଳି ଆହୁରି ବଢ଼ିବାରେ ଲାଗିଛି। ଏହାକୁ ନେଇ ସୋଶାଲ୍‌ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ହ୍ୟାଣ୍ଡସମ୍‌ ହିରୋ ଅନୁଭବ ମହାନ୍ତି ଓ ଖଳନାୟକ ମନୋଜ ମିଶ୍ର। ଦୁଇ ଦିନ ତଳେ ବଡ଼ଭାଇ ବୋଲି ସମ୍ୱୋଧନ କରି ଭାବପ୍ରବଣାତ୍ମକ ଭିଡିଓ ଛାଡ଼ିଥିଲେ ଅନୁଭବ। ଆଉ ବୁଧବାର ସାନଭାଇ ବୋଲି କହି ଭାବପ୍ରବଣାତ୍ମକ ଭିଡିଓ ଭିଡିଓ ଛାଡ଼ିଛନ୍ତି ମନୋଜ ମିଶ୍ର। ଉଭୟ ନିଜର ମନର କଥା, ବ୍ୟଥା ଓ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଯନ୍ତ୍ରଣାକୁ ବଖାଣିଛନ୍ତି।
‘ମାଇଁଣ୍ଡ ଗେମ୍‌’ ମନୋଜ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅନୁଭବ ମହାନ୍ତି। ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି, ମୁଁ ଆପଣଙ୍କର ଜଣେ ଫ୍ୟାନ୍‌। ହେଲେ ମନୋଜ ଭାଇ ଆଜି ଆପଣଙ୍କ ମୁହଁରୁ ଗୋଟିଏ କଥା ଶୁଣିଲା ପରେ ମୋତେ ବହୁତ କଷ୍ଟ ହୋଇଛି। ଖାଲି ସେହି ଗୋଟିଏ କଥା ତାହା ନୁହେଁ, ଗତ କିଛି ମାସ ହେଲା ଆପଣଙ୍କର କିଛି ଭିଡିଓ ଓ ଟିଭି ସାକ୍ଷାତକାରରେ ଯେଉଁ ବଡ଼ଭାଇଙ୍କୁ ଦେଖିଥିଲି ଓ ଜାଣିଥିଲି, ହେଲେ ଆଜି ସେହି ମନୋଜ ଭାଇଙ୍କୁ ଆଉ ଦେଖିବାକୁ ପାଉନି ବୋଲି ଅନୁଭବ କହିଛନ୍ତି।
ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଗୋଟିଏ ପରିବାର ଭଳି ଚଳି ଆସିଛୁ। ଓଡ଼ିଆ ଫିଲ୍ମକୁ ବଞ୍ଚାଇ ରଖିବା ପଛରେ ପ୍ରତି ଗାଁର ଅବଦାନ ରହିଛି। କୋଟି କୋଟି ଲୋକଙ୍କ ଅବଦାନ ଓ ତ୍ୟାଗ ରହିଛି। ମୁଁ ଆପଣଙ୍କଠାରୁ ବୟସ ଓ ଅଭିଜ୍ଞତାରୁ ସାନ। ସମ୍ୱଲପୁରୀ ଭାଷା, ଗୀତ, କପଡ଼ା, ଲୋକ, କଳାକାର ଓ ମାଆ ସମଲେଇଙ୍କୁ ମୁଁ କେତେ ଯେ ମାନେ ଏବଂ ଭଲିପାଏ ତାହା କହିବାର ଆବଶ୍ୟକତା ନାହିଁ ବୋଲି ଭାବୁଛି। ପ୍ଲିଜ୍‌ ମନୋଜ ଭାଇ ଆମ ଓଡ଼ିଶା ମାଟି ହେଉଛି ଆମ ମାଆ। ତାକୁ ଦୁଇ ଭାଗ କରନ୍ତୁ ନାହିଁ। ମୁଁ କଟକିଆ ହେଲେ ମଧ୍ୟ ସମ୍ୱଲପୁର ପାଇଁ ଗର୍ବ ଅନୁଭବ କରେ। ହେଲେ ଆଜି ଆପଣ ଗୋଟିଏ ଓଡ଼ିଆ ଫିଲ୍ମକୁ ସମ୍ୱଲପୁର ମାଟିଠାରୁ ଦୂରେଇ ରଖି ଯଦି ଭାବୁଥିବେ ବହୁତ ଗୋଟିଏ ବଡ଼କାମ କରିଦେଇଛନ୍ତି, ତାହାହେଲେ କ୍ଷମା କରିବେ, ଆପଣ ଭ୍ରମରେ ଅଛନ୍ତି। ଏଥିରେ କେହି ବଡ଼ ହୋଇନାହାନ୍ତି। ବରଂ ଆପଣ ଛୋଟ ହୋଇଯାଇଛନ୍ତି। ଦୟାକରି ମନୋଜ ଭାଇ ଆମ ଭତରେ ଫାଟ ସୃଷ୍ଟି କରନ୍ତୁନାହିଁ ବୋଲି ଅନୁଭବ କହିଛନ୍ତି।
ଅନୁଭବ ଆହୁରି କହିଛନ୍ତି, ଜିତୁ ମଙ୍ଗରାଜ ଭାଇ ଓ ଆପଣଙ୍କ ଭିତରେ ଯାହା ସବୁ ଚାଲିଛି, ମୁଁ ସେ ବିଷୟରେ କିଛି କିଛି ଜାଣିଛି। ଜିତୁଙ୍କ କଥାକୁ ଜାଣିଶୁଣି ବାଟବଣା ନକରିଥିଲେ, ତାର ଭୁଲ ଅର୍ଥ ନବାହାର କରିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା। ଆଜି ଦେଖିଲି ଆପଣ ଅତି ଚାଲାକିରେ ଅରିନ୍ଦମ, ବାବୁଶାନ୍‌ ଓ ମୋ ଭିତରେ ଫାଟ ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି। ଆପଣଙ୍କୁ ଏ ସବୁ ଶୋଭା ଦେଉନି ମନୋଜ ଭାଇ। ଆପଣ ଭୁଲି ଯାଉଛନ୍ତି ଆପଣ ଜଣେ ଏନ୍‌ଏସ୍‌ଡିଆନ୍‌। ସେଥିପାଇଁ ଆମେ ଗର୍ବିତ। ଏମିତି କେତେ କଥା ଭିଡିଓ ଅନୁଭବନ କହିଛନ୍ତି।
ଅନୁଭବଙ୍କ ଭିଡିଓର ଜବାବ ଦେଇଛନ୍ତି ମନୋଜ ମିଶ୍ର। ସେ ହାତଯୋଡ଼ି ଅନୁଭବଙ୍କୁ କହିଛନ୍ତି, ଚାଲ ମିଶିକି ଫିଲ୍ମ କରିବା। ଓଡ଼ିଆ ସିନେମାକୁ ସାରା ପୃଥିବୀରେ ପଞ୍ଚାଇବା। ଓଡ଼ିଆ ଫିଲ୍ମକୁ ରାଷ୍ଟ୍ରୀୟ ସ୍ତରକୁ ନେବା। ଏଇ ଛୁଟିଆ କଥାକୁ ନେଇ ତୁମର ଓ ମୋର ଭିତରେ ଏମିତି କଥା ହେବା। ତୁମକୁ ଲାଗିଛୁ RAM ଫିଲ୍ମ ନଦେଖିବା ପାଇଁ କହିଥିବି? ‘ମାଇଁଣ୍ଡ ଗେମ୍‌’ ଫିଲ୍ମ ଦେବା ପାଇଁ ଅରିନ୍ଦମଙ୍କୁ ଫୋନ୍‌ କରିଥିଲି। ସେ ଫୋନ୍‌ ଉଠାଇଲାନି। ମୁଁ ତୁମକୁ ମଧ୍ୟ ଫୋନ୍‌ କରିଥିଲି ବ୍ରଦର। ଯଦି କହିବ କଲ୍‌ ରେଜିଷ୍ଟ୍ରର ପଠାଇଦେବି। ତୁମେ କେବେବି କଲ୍‌ ବେକ୍‌ କରନ୍ତିନି ବୋଲି ମନୋଜ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଗଙ୍ଗାଜଳ’ ଫିଲ୍ମର ଭିଲେନ୍‌ ୟସ୍‌ପାଲ୍‌ ଶର୍ମାଙ୍କ ପାଖକୁ ଭିଡିଓ କଲ୍‌ କଲେ, ସେ ରିସିଭ୍‌ କରୁଛନ୍ତି। ତୁମକୁ କଲି ବା ମେସେଜ କଲି। ହେଲେ ତୁମେ ଆସିଲନି। ମେସେଜର ଜବାବ ଦେଲନି। ତୁମ କଣ କହୁଛ ‘ମାଇଁଣ୍ଡ ଗେମ୍‌’ କଣ ତୁମର ଫିଲ୍ମ ନୁହେଁ? ଯଦି ତୁମେ ‘ମାଇଁଣ୍ଡ ଗେମ୍‌’କୁ ସମର୍ଥନକରୁନ, ତାହା ହେଲେ କହିଦିଅ। RAM କୁ ମୁଁ ସମର୍ଥନ କରୁଛି। ମୁଁ ଚାହୁଁଛି ସେହି ଫିଲ୍ମ ୧୦୦ କୋଟି ବିଜ୍‌ନେସ କରୁ। ସେହି ଫିଲ୍ମ ଭାରତ ବାହାରେ ଲୋକ ଦେଖନ୍ତୁ। ଯେମିତି ‘ମାଇଁଣ୍ଡ ଗେମ୍‌’ ୨୦ଟି ରାଜ୍ୟରେ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ତମେ ‘ମାଇଁଣ୍ଡ ଗେମ୍‌’ ଫିଲ୍ମକୁ ଦେଖିବାକୁ ଆସିଲ ନାହିଁ। ‘ମାଇଁଣ୍ଡ ଗେମ୍‌’ ଫିଲ୍ମ ବହୁତ ବଢ଼ିଆ ହୋଇଛି। ଥରେ ଦେଖି ମୋ ଫିଲ୍ମକୁ ସମର୍ଥନ କର। ମୋତେ ତୁମ ସମର୍ଥନ ଦରକାର ଅନୁଭବ। ଚାଲ ଓଡ଼ିଶାର ପରିଚୟ ସୃଷ୍ଟି କରିବା ସିନେମା ମାଧ୍ୟମରେ। ମୁଁ ତୁମକୁ ହାତ ଯୋଡ଼ୁଛୁ ମୋର ସାନ ଭାଇ। ଚାଲ ମିଶିକି ଓଡ଼ିଆ ଫିଲ୍ମକୁ ସାରା ଦେଶରେ ପହଞ୍ଚାଇବା ବୋଲି ମନୋଜ ଭିଡିଓ ଜାରି କରି କହିଛନ୍ତି।

 

Leave a Reply

Your email address will not be published. Required fields are marked *