Spread the love

 

x

ପାରାଦୀପ  : ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର  ପାରାଦୀପ ପାଖରେ ପହଞ୍ଚଛି  |  ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି କୁହାଯାଇଛି। କୂଳ ପାଖକୁ ଆସିବା ପରେ ଜାହାଜ ଓ ସେଥିରେ ଥିବା ୨୫ ଜଣ ନାବିକ ବିପଦମୁକ୍ତ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି।

କୋଷ୍ଟଗାର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ଏକ ସାମୁଦ୍ରିକ ରିସର୍ଚ୍ଚ ଜାହାଜ ନାଭିଗେଶନ ସମ୍ପର୍କରେ ତର୍ଜମା କରିଥାଏ। ଗତ ୨୨ ଓ ୨୩ ତାରିଖ ମଧ୍ୟରାତ୍ରରେ ସମୁଦ୍ର କୌସ୍ତୁଭ୍‌ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି ସମୟରେ ବାତ୍ୟା ହମୁନ୍‌ ଯୋଗୁ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ସେମାନେ ତୁରନ୍ତ କୋଷ୍ଟଗାର୍ଡ ସହାୟତା ଲୋଡ଼ିଥିଲେ।

କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ଅମୋଘ ସେହି ବାତ୍ୟା ମଧ୍ୟରେ ସମୁଦ୍ର ଭିତରକୁ ଯାଇ ୩୫ ନଟିକାଲ ମାଇଲ ଦୂରରୁ ସମୁଦ୍ର କୌସ୍ତୁଭକୁ ରଶି ଦ୍ୱାରା ଟାଣି ଟାଣି ଆଣିଥିଲା। ପାରାଦୀପ ବନ୍ଦର ମଧ୍ୟରେ ବର୍ଥିଂ ପରେ ମରାମତି ହେବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *