
ଏଆଇସିସିପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଚୂଡ଼ାନ୍ତ ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ଏମାନଙ୍କୁ ସ୍ଥାନ ମିଳିଥିବା ଜଣାଯାଇଛି। ଛତିଶଗଡ଼ ବିଧାନସଭା ନିର୍ବାଚନରେ ତାରକା ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନା ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଲଜା, ଅଜୟ ମାକେନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂଦେଓ, ବାଚସ୍ପତି ଡକ୍ଟର ଚରଣ ଦାସ ମହନ୍ତ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବାଇଜ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ବି ଅଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୭ ଏବଂ ୧୭ ତାରିଖରେ ଛତିଶଗଡ଼ରେ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର ୩ରେ ଭୋଟ୍ ଗଣନା ହେବ।