
ସୂଚନାଯୋଗ୍ୟ, ସଞ୍ଜୟ ତାଙ୍କ ପତ୍ନୀ ଏଲିଶଙ୍କୁ ଉଦିତନଗର ଥାନାରେ ଛାଡି ଯାଇଥିଲେ। ସଞ୍ଜୟଙ୍କ କହିବାନୁଯାୟୀ ଉଦିତନଗର ଛାଡିବାବେଳେ ତାଙ୍କ ପତ୍ନୀ ଆଲିସ୍ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଥିଲା। ଅପରାହ୍ନ ୩ଟା ୪୫ ମିନିଟ୍ରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଓ ସଂଧ୍ୟା ୫ଟାରେ କେମିତି ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଆର୍ଏମ୍ସି ଛକ ନିକଟରେ ବସ୍ -କାର ଧକ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇଥିଲା। ଘଟଣାକୁ ନିୟନ୍ତ୍ରଣ କରିବାକୁ ପିସିଆର୍ ଭ୍ୟାନ୍ରେ ଏଏସ୍ଆଇ ଏଲିଶ ଓ ଅନ୍ୟ ଦୁଇ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏଏସ୍ଆଇ ଏଲିଶ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବେଳେ ବେହୋସ ହୋଇ ତଳେ ପଡିଯାଇଥିଲେ। ଦୁଇ ପୁଲିସ କର୍ମଚାରୀ ଏଏସ୍ଆଇ ଲୁଗୁନ୍ଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।