
ବ୍ରିଟେନ ନାଗରିକଙ୍କୁ ସୁରକ୍ଷିତ ଭାବେ ଖାଲି କରିଥିବାରୁ ଧନ୍ୟବାଦ। ସୁନକ କହିଛନ୍ତି, ପାଲେଷ୍ଟିନୀୟମାନେ ମଧ୍ୟ ହମାସ ଆକ୍ରମଣର ଶିକାର ହୋଇଛନ୍ତି। ଆପଣ ଗାଜାକୁ ମାନବୀୟ ସହାୟତା ପଠାଇବାପାଇଁ ରାଜି ହେବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଇସ୍ରାଏଲର ଏଭଳି ଖରାପ ସମୟରେ ବନ୍ଧୁ ଭାବେ ଏଠାରେ ଆପଣଙ୍କ ସହ ଠିଆ ହୋଇ ମୁଁ ଗର୍ବିତ। ଆମେ ଆପଣଙ୍କ ସମର୍ଥନରେ ରହିଛୁ ଏବଂ ଆପଣଙ୍କ ଲୋକଙ୍କ ସହ ସର୍ବଦା ଦୃଢ଼ ଭାବେ ରହିବୁ। ଆମେ ମଧ୍ୟ ଚାହୁ ଯେ ଆପଣ ହିଁ ଯୁଦ୍ଧ ଜିତନ୍ତୁ। ଅନ୍ୟପକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁନକଙ୍କୁ କହିଛନ୍ତି, ଏହା ଆମର ସବୁଠୁ ଖରାପ ସମୟ। ଏହାର ଅର୍ଥ ହେଉଛି ଏହା ଏକ ଲମ୍ବା ଯୁଦ୍ଧ ଏବଂ ଆମେ ଲଗାତାର ଭାବେ ଆପଣଙ୍କ ସହାୟତା ଚାହିବୁ। ବ୍ରିଟେନ ଇସ୍ରାଏଲକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ସୁନକ ପ୍ରତିଶ୍ରୁତି ଦେଇଛନ୍ତି।