
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ ସ୍କୁଲ୍ ପଛ ପାର୍ଶ୍ବରେ ହାତୀଦାନ୍ତ କିଣାବିକା ହେବା ନେଇ ଜଣାପଡିଥିଲା। ପରେ ତାଳବଣିଆ ଥାନା ପୋଲିସ ସେଠାରେ ପହଞ୍ଚି ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ବ୍ୟାଗରେ ଥିବା ୨ଖଣ୍ଡ ହାତୀଦାନ୍ତ ପୋଲିସ ଜବତ୍ କରିଛି ପୋଲିସ। ବନ୍ୟପ୍ରାଣୀ ସୁରକ୍ଷା ଆଇନବଳରେ ପୋଲିସ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।