
ଫଳରେ ମା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ମାଆ- ପୁଅ ଙ୍କୁ ବଞ୍ଚାଇବାକୁ ଆସି ଅଜା ଭାଗି ନାହକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି l ଲକ୍ଷ୍ମୀଙ୍କ ଘର ଦୁଇଦିନ ପୁର୍ବରୁ ଛାତ ପଡ଼ିବା କାର୍ଯ୍ୟ ସରିଥିଲା l ଆଜି ମଧ୍ୟାହ୍ନ ସମୟରେ ଅଜା ଭାଗୀ ପାହାନ ଛାତରେ ପାଣି ଦେଉଥିବା ବେଳେ ମାଆ ପୁଅ ଏକ ଲୁହା ରଡ଼ ଉପରେ ଠିଆ ହୋଇ ଘର କାମ କରୁଥିଲେ l
ସେହି ସମୟରେ ଘରର ସର୍ଭିସ୍ ତାର ରଡ ସଂସ୍ପର୍ଶରେ ଆସି ମା ଓ ପୁଅ ଙ୍କୁ ବିଦୁତ୍ ଆଘାତ ଲାଗିଲା ତଳେ ପଡ଼ିଯାଏ ଥିଲେ l ତାଙ୍କୁ ବଞ୍ଚାଇ ବାକୁ ଆସି ଅଜା ମଧ୍ଯ ବିଦୂତ୍ ଆଘାତ ପାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଡାକ୍ତର ଖାନକୁ ପଠାଇ ଥିଲେ l ମେଡିକାଲରେ ଡାକ୍ତର ମାଆ ଓ ପୁଅକୁ ମୃତ ଘୋଷଣା କରିଥିବା ବେଳେ ଅଜାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l