
ଆଜି ମଧ୍ୟାହ୍ନରେ ହଠାତ୍ ପୁରୁଣା ଗାଁର ଜଣେ ବାସିନ୍ଦାଙ୍କ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଥିଲା। ଏଥିଯୋଗୁ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଆଖି ପିଛୁଳାକେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ଜଣେ ପୁରୁଷ ଓ ମହିଳା ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।
ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଉକ୍ତ ଘରେ ଏକ ଗ୍ରୋସରୀ ଦୋକାନ ଥିବା ବେଳେ ଦୋକାନରେ ବାଣ ଥିବା କୁହାଯାଇଛି। ଏଥିପାଇଁ ନିଆଁ ଭୟଙ୍କର ରୂପ ଧାରଣ କରିଥିବା ଆଲୋଚନା ହେଉଛି। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।