
ଚୋରି ଅଭିଯୋଗରେ ଏୟାଫିଲଡ୍ ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରି ଝାରପଡ଼ା ଜେଲ୍କୁ ପଠାଇ ଦେଇଥିଲା। ଆଜି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର ପାଇଁ ନିଆଯାଇଥିଲା। ତାଙ୍କୁ କୋର୍ଟର ଅସ୍ଥାୟୀ କାରାଗାରାରେ ରଖାଯାଇଥିଲା। ସେହି ସମୟ ସେ ପରିସ୍ରା କରିବ ବୋଲି କହିଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀମାନେ ତାଙ୍କୁ ଟଏଲେଟ ଯିବା ପାଇଁ ଅନୁମତି ଦେଇଥିଲେ। ସେହି ସମୟରେ ସେ ସେଠାରୁ ଚମ୍ପଟ ମାରିଥିଲା।
କୋର୍ଟ କ୍ୟାମ୍ପରୁ ଚମ୍ପଟ ମାରିଥିବା କଏଦୀକୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା ଚମ୍ପଟ ମାରିଥିବା କଏଦୀକୁ ପୁଲିସ୍ ଉଦ୍ଧାର କରିବାରେ ସଫଳ ହୋଇନାହିଁ।