
ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳୀ, ମନ୍ଦିର ସମେତ ବିଭିନ୍ନ ଧର୍ମରେ ଉପାସନା ସମୟରେ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀମନ୍ଦିରରେ ମଧ୍ୟ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ସମ୍ପର୍କରେ ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ସଚେତନ କରାଇବେ। ଆଚାରଣ, ଉଚ୍ଚାରଣ ଓ ବ୍ୟବହାର ଠିକ୍ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ ବୋଲି କୁହାଯାଇଛି। ସମସ୍ତେ ସଚେତନ ହେଲେ ଏହି ପ୍ରକ୍ରିୟା ଫଳପ୍ରଦ ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି। ତେବେ ଭକ୍ତଙ୍କ ପାଇଁ ଚେଞ୍ଜିଙ୍ଗ୍ ରୁମ୍ ବ୍ୟବସ୍ଥା ନେଇ ଦଇତାପତି ନିଯୋଗର ପ୍ରସ୍ତାବକୁ ମୁଖ୍ୟ ପ୍ରଶାସକ ପ୍ରତ୍ୟାଖ୍ୟାନ କରିଛନ୍ତି। ଶାଳୀନତା ପୋଷାକ ନିୟମ ଲାଗୁ କରିବା ପୂର୍ବରୁ ପୂର୍ବ ଦ୍ୱାରରେ ଚେଞ୍ଜିଙ୍ଗ୍ ରୁମ୍ର ଆବଶ୍ୟକତା ଥିବା ଦଇତାପତି ନିଯୋଗ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଖବରଦାତା ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଥିଲା। ତେବେ ଏହି ପ୍ରସଙ୍ଗକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱର ସହ ନେଇ ନ ଥିବା ଜଣାପଡ଼ିଛି।