Spread the love

ଭୁବନେଶ୍ୱର ( ୧୩/୧୦) :  ଶିକ୍ଷିତ ଭିନ୍ନକ୍ଷମ ଅବା ଦିବ୍ୟଙ୍ଗ ଯୁବକ ଓ ଯୁବତୀ ଙ୍କ ପାଈଁ ଚାକିରି ସୁଯ଼ୋଗ ସୃଷ୍ଟି କରିବା ପାଈଁ ଦିଲ୍ଲୀସ୍ଥ ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଓ ଭୁବନେଶ୍ୱର ରେ ଥିବ ଭାରତ ସରକାରଙ୍କ ସଂସ୍ଥା ନ୍ୟାସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରେଂଟଲି ଅବୁଲେଡ଼ (ଏନସିଏସସିଡ଼ିଏ ) ପକ୍ଷରୁ ମିଳିତ ଭାବେ ରାଜ୍ୟ ସରକାର ଙ୍କ ସହାୟତା ରେ ଏକ ମାଗଣା ନିଯୁକ୍ତି ମେଳା ଗୁରୁବାର ଦିନ ଆୟୋଜିତ ହୋଇଥିଲା l

ଏହି ମେଳା ରେ ସର୍ବମୋଟ ୧୫୦ ଜଣ ଭିନ୍ନକ୍ଷମ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ ଭିନ୍ନ ଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଥିବା ବେଳେ ଅନ୍ୟ କିଛି ପ୍ରାର୍ଥୀ ପରବର୍ତ୍ତୀ ପରୀକ୍ଷା ପାଈଁ ଉତ୍ତୀର୍ଣ୍ଣ ହୋଇ ତାଲିକା ଭୁକ୍ତ ହୋଇଛନ୍ତି l

ଆମେରିକା ଇଣ୍ଡିଆ ଫାଉଣ୍ଡେସନର ପ୍ରକଳ୍ପ ପରିଚାଳିକା ସସ୍ମିତା ମହାପାତ୍ର ଓ ଏନ ସି ଏସ ସି ଡ଼ି ଏ ର ସହକାରୀ ନିର୍ଦ୍ଧେଶିକା ସୋନାଲିକା ସୁମନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତା ରେ ସଂଗଠିତ ଏହି ନିଯୁକ୍ତି ମେଳା ରେ ପ୍ରମୁଖ ଅଥିତି ଭାବେ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗର ସଚିବ ବିଷ୍ନୁପଦ ସେଠି ଓ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟ ଯୋଗଦେଇଥିଲେ l

ସଚିବ ଶ୍ରୀ ସେଠି ଦିବ୍ୟାଙ୍ଗ ଯୁବକ ଓ ଯୁବତୀଙ୍କୁ ଉତ୍ସlହ୍ହିତ କରି ନିଯୁକ୍ତି ପୂର୍ବରୁ କୌଶଳ ପ୍ରଶିକ୍ଷଣ ଓ ସଠିକ କୌଶଳ ପାଈଁ ସଠିକ ନିଯୁକ୍ତିଦାତା ଚିହ୍ନଟ ଉପରେ ଗୁରୁତ୍ୱ ଦେଇଥିଲେ ଳ

ଏହି ମେଳା ରେ ତତ୍ତ୍ୱ ଟେକ୍ନୋଲୋଜି, କୁଏସସ କର୍ପ, ସି ଆଇ ଇ ଆଇ ଏଚ ର, କମଳିନୀ ଆସୋସିଏଟସ, ଷ୍ଟାର ଟେକ ଓ ଭି ଜି ଏମ କନସଲଟାଣ୍ଟସ ପ୍ରମୁଖ କମ୍ପାନୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *