Spread the love

 

jac

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ ବେଳେବେଳେ ଏହି ଅସ୍ତ୍ରୋପଚାର ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଯାଏ | ନିକଟରେ ଆର୍ଜେଣ୍ଟିନାର ପ୍ରସିଦ୍ଧ ଅଭିନେତ୍ରୀ ଜ୍ୟାକଲିନ୍ କେରିପେରିଙ୍କର ପ୍ଲାଷ୍ଟିକ୍ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଯାଇଛି । ଅଭିନେତ୍ରୀ ଜଣକ ୪୮ ବର୍ଷ ବୟସରେ ଆଖି ବୁଜି ଦେଇଥିବାବେଳେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଆର୍ଜେଣ୍ଟିନା ଅଭିନେତ୍ରୀ ଜ୍ୟାକଲିନ୍ କେରିପେରି ଲାଟିନ୍ ଆମେରିକୀୟ ସିନେମାରେ ଅନେକ ଚର୍ଚ୍ଚିତ ଫିଲ୍ମରେ ଅଭିନୟ କରିଥିଲେ। ଅସ୍ତ୍ରୋପଚାର ସମୟରେ ରକ୍ତ ଜମାଟ ବାନ୍ଧିହୋଇଯିବା ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି।

କିଛି ମାସ ପୂର୍ବେ ପ୍ଲାଷ୍ଟିକ୍ ସର୍ଜରୀ ସମୟରେ ଆର୍ଜେଣ୍ଟିନା ମଡେଲ ଏବଂ ଅଭିନେତ୍ରୀ ସିଲଭିନା ଲୁନା ନାମକ ଅଭିନେତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଭୁଲ ପ୍ଲାଷ୍ଟିକ୍ ସର୍ଜରୀ ପଦ୍ଧତି ଯୋଗୁଁ ସିଲଭିନାଙ୍କର ମୃତ୍ୟୁ ହୋଇଥିଲା। ଏହି ୪୩ ବର୍ଷୀୟା ଅଭିନେତ୍ରୀ ୨୦୧୧ ମସିହାରୁ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। କେବଳ ବିଦେଶୀ ଦେଶରେ ନୁହେଁ, ବର୍ତ୍ତମାନ ହିନ୍ଦୀରୁ ଆରମ୍ଭ କରି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ମଧ୍ୟ ପ୍ଲାଷ୍ଟିକ୍ ସର୍ଜରୀ କରୁଛନ୍ତି। ପ୍ଲାଷ୍ଟିକ ସର୍ଜରୀ ପରେ ଅନେକ ଅଭିନେତ୍ରୀ ସମସ୍ତ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି | ଅସ୍ତ୍ରୋପଚାର ପରେ, ମୁଖର ବିକୃତି ସହ ଜୀବନ ଚାଲିଯିବା ଭଳି ଘଟଣା ଦେଖିବାକୁ ମିଳୁଛି |

 

Leave a Reply

Your email address will not be published. Required fields are marked *