Spread the love

 

Keonjhar_1696678246

କେନ୍ଦୁଝର : ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା କେନ୍ଦୁଝର ଜିଲ୍ଲା। ହେଲେ ଶିଳ୍ପାୟନ ନାଁରେ ମାଟି ଖୋଳିଲେ। ଆଉ ଖଣିଜ ସମ୍ପଦ ଉତ୍ତୋଳନ କରିବାରେ ଲାଗିଲେ। ଖଣି ମାଫିଆମାନେ ଧୀରେ ଧୀରେ ଜଙ୍ଗଲ ଭିତରେ ପଶିଲେ। ବ୍ଲାଷ୍ଟିଂ କରି ବଡ଼ ବଡ଼ ପାହାଡ଼କୁ ଖିନଭିନ୍‌ କରିଦେଲେ। ଏପରିରି ସ୍ଥିତିରେ ବନ୍ୟ ଜୀବନଯନ୍ତୁ ରହିବେ କେଉଁଠି? ଖାଦ୍ୟ ଅନ୍ୱେଷଣ ଓ ଜୀବନ ବିକଳରେ ଗ୍ରାମାଭିମୁଖୀ ହେଲେ। ଯେଉଁଥିପାଇଁ ବନ୍ୟ ଜୀବଯନ୍ତୁ ଓ ମଣିଷ ଭିତରେ ଲଢ଼େଇ ହେଉଥିବା ଦେଖିବାକୁ ମିଳୁଥିଲା।
ପୂର୍ବରୁ ହାତୀ ଓ ମଣିଷ ଭିତରେ ଲଢ଼େଇ ହେଉଥିବା ଦେଖିବାକୁ ମିଳିଥିଲା। ଲଢ଼େଇରେ କେତେବେଳେ ମଣିଷର ମୃତ୍ୟୁ ହେଉଥିଲା ତ ଆଉ କେତେବେଳେ ବିଶାଳକାୟ ହାତୀର ପ୍ରାଣ ଯାଉଥିଲା। ଏବେ ବର୍ଷା ଋତୁ ଚାଲିଥିବାରୁ ଦେଖିବାକୁ ମିଳିଛି ବିଷାକ୍ତ ସାପଙ୍କ ଉତ୍ପାତ। ସାପ କାମୁଡ଼ାରେ କେତେବେଳେ କାହାର ଜୀବନ ଯିବ କେହିଁ କାହିପାରିବ ନାହିଁ। ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପ୍ରତି ଦିନ କେଉଁଠି ନା କେଉଁଠି ସାପ କାମୁଡ଼ାରେ ଜୀବନ ଯାଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ ୨୦୨୧ରୁ ଆଜି ଯାଏଁ ସାପ କାମୁଡ଼ାରେ ପାଖାପାଖି ୧୭୬ଜଣଙ୍କ ଜୀବନ ଗଲାଣି। ଯାହାକି ନେଇ ଉଦବେଗ ପ୍ରକାଶକରିଛି ବନ ବିଭାଗ।
ସାପ କାମୁଡ଼ାରୁ କେମିତି ଲୋକଙ୍କ ଜୀବନ ବଞ୍ଚା ଯାଇପାରିବ? ତର୍କ ବିତର୍କ ଭିତରେ ସାପ ଧରା ତାଲିମ ଦେବା ପାଇଁ ନିଷ୍ପତ୍ତି ନେଲା ବନ ବିଭାଗ। ସେଥିପାଇଁ ଆଜି ପଦ୍ମପୁର ମେଗା ନର୍ସରୀରେ ଜିଲ୍ଲା ବନ ବିଭାଗ ଓ WTIର ମିଳିତ ସହଯୋଗରେ ସାପ ଧରା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୨ରୁ ଅଧିକ ଯୁବକ ଓ ଯୁବତୀ ଯୋଗଦେଇଥିଲେ। ସାପ କେମିତି ଧରାଯିବ ଓ ଧରାଯାଇଥିବା ସାପକୁ କେମିତି ସୁରକ୍ଷିତ ଜଙ୍ଗଲରେ ଛଡ଼ାଯିବା, ତାହା ଉପରେ ତାଲିମ ଦିଆଯାଇଥିଲା। ତାଲିମ ଦେଇଥିଲେ WTIର ପ୍ରଶିକ୍ଷକ ରୁଦ୍ରପ୍ରସଦ ମହାପାତ୍ର ଓ ଡ଼ଃ ଯାଦବ।

 

Leave a Reply

Your email address will not be published. Required fields are marked *