
ଏ ବାବଦରେ ସେ ଦଳକୁ ଅବଗତ କରାଇଛନ୍ତି। ପାର୍ଟି ସୁଯୋଗ ଦେଲେ ସେ ନିଶ୍ଚିତ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି। କିଛି ଦିନ ହେଲା ସେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧିବଦ୍ଧ ଭାବେ ସେ ଜାତୀୟ ଗଣମାଧ୍ୟମରେ ଏହାକୁ ସ୍ବୀକାର କରିଛନ୍ତି।
ଅର୍ଥାତ ଏଥର ସିଧା ଫାଇଟ୍। ୧୫ ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନକୁ ଫେରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଲୋକସଭା ନିର୍ବାଚନ ଲଢିବା ପାଇଁ ସୂଚନା ଦେବା ପରେ ଏବେ ଚର୍ଚ୍ଚା ବଢିଛି କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର। ଢେଙ୍କାନାଳ ନା ସମ୍ବଲପୁର ।
ଧର୍ମେନ୍ଦ୍ର ନିୟମିତି ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଗସ୍ତ କରୁଛନ୍ତି। ଏ ଅଂଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ଢେଙ୍କାଳାନ ଲୋକସଭା ଆସନ ସହ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି।
ସେପଟେ ସମ୍ବଲପୁର ଲୋକସଭା ସହ ଏହା ଅନ୍ତର୍ଗତ ତିନିଟି ବିଧାନସଭା କ୍ଷେତ୍ର ବିଜେପି ହାତରେ ରହିଛି। କେଉଁ ଲୋକସଭା ଆସନ ଧର୍ମେନ୍ଦ୍ର ପ୍ରଧାନ ବାଛିବେ। ସମ୍ବଲପୁର ନା ଢେଙ୍କାନାଳ ସଂସଦୀୟ କ୍ଷେତ୍ର , ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।