
ନବରଙ୍ଗପୁର RTO ଜିତେନ୍ଦ୍ର କୁମାର ଭୋଇଙ୍କ ଲିଖିତ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ l ଆନ୍ଦୋଳନକାରୀ ମାନେ ଶବ ନେଇଁ ମୃତକଙ୍କ ଘରକୁ ଯାଇଥିବା ବେଳେ କିଛି ସମୟ ପରେ ଅନ୍ତୋଷ୍ଟିକ୍ରିୟା କରାଯିବ l ଦୀର୍ଘ 2 ଘଣ୍ଟା ପରେ NH 26 ରାସ୍ତାରେ ଗାଡି ଚଳାଚଳ ହୋଇଥିବା ବେଳେ ନବରଙ୍ଗପୁରରୁ କଳାହାଣ୍ଡି, ରାୟପୁର ଓ ଜୟପୁର କୁ ଯାତାୟାତ ସ୍ୱାଭାବିକ ହୋଇଛି l ଆନ୍ଦୋଳନକାରୀ ଙ୍କୁ ବୁଝାଇବାକୁ ନବରଙ୍ଗପୁର ପୋଲିସ, RTO ଓ ଡେପୁଟି କଲେକ୍ଟର ଆସିଥିଲେ । ଆନ୍ଦୋଳନକାରୀ ମାନେ କେବଳ 2 ଟି ଦାବୀ ରଖିଥିଲେ । ପ୍ରଥମ ଦାବୀ ହେଲା ଦୁର୍ଘଟଣାରେ ମୃତ ହୋଇଥିବା RTO ପରିବାର ର ଜଣେ ସଦସ୍ୟ କୁ ଚାକିରୀ ପ୍ରଦାନ ଓ ଦ୍ଵିତୀୟ ଦାବୀ ହେଉଛି ଦୁର୍ଘଟଣା ଜନିତ ସରକାରୀ ସୁବିଧା ଯୋଗାଇ ଦେବା l ଯାହାକୁ RTO ଜିତେନ୍ଦ୍ର କୁମାର ଭୋଇ ସ୍ୱୀକାର କରିବା ସହ ଲିଖିତ ପ୍ରତିଶୃତି ଦେଇଥିଲେ । ଫଳରେ ରାସ୍ତାରୋକ ହଟିଥିଲା ।
କହିରଖିବାକୁ ଚାହିଁବୁ ଯେ ନବରଙ୍ଗପୁର RTO ବିଭାଗ ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଦିଲ୍ଲୀପ ନାୟକ ବିଳମ୍ବିତ ରାତିରେ duty ରେ ଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇଁ ଆଜି ଉତ୍ତେଜନା ଦେଖାଦେବା ସହ କ୍ଷତିପୂରଣ ଦାବିରେ 2 ଘଣ୍ଟା NH 26 ରାସ୍ତା ଅବରୋଧ କରିଥିଲେ ଲୋକେ ।