Spread the love

 

bis

ପୁରୀ: ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବିଶ୍ଵ ଅନ୍ତରୀକ୍ଷ ସପ୍ତାହ।ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ପି.ସୁନୀଲ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ସେମାନଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହାସହ ଚନ୍ଦ୍ରାୟନ-୩ର ସଫଳତା ଓ ଆଦିତ୍ୟ ଏଲ୍ ଭି ମିଶନ ସମ୍ପର୍କରେ ସେ ଉଦବୋଧନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ଵର ଆଇଆଇଏମଟି ସିଏସଆଇଆର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ,ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟ କୁଳପତି ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

 

Leave a Reply

Your email address will not be published. Required fields are marked *