Spread the love

 

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ରେକର୍ଡ କରାଯାଇଛି। ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଭୂକମ୍ପରେ ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ ସହ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଅନୁଭବ ହୋଇଛି। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।

 

Leave a Reply

Your email address will not be published. Required fields are marked *