Spread the love

ସାଲେପୁର : ଅକ୍ଟୋବର ୧ ତାରିଖ ରବିବାର ଅପରାହ୍ନ ୪ ଘଟିକା ସମୟରେ ସାଲେପୁର ନିକଟସ୍ଥ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ସଭାଗୃହ ପିକୋଳ ଠାରେ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖା ପକ୍ଷରୁ ” ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଜିର ଆବଶ୍ୟକତା ” ଶୀର୍ଷକ ଏକ ଆଲୋଚନା ଚକ୍ର ସମିତିର ଅଧ୍ୟକ୍ଷା ମେଜର୍ ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନା ଚକ୍ରକୁ ସାଲେପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସମିତିର ଉପଦେଷ୍ଟା ଡ଼ଃ ଉମେଶ ଚନ୍ଦ୍ର ପତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ଵଚ୍ଛତାର ବ୍ୟାପକତା ଉପରେ ମାର୍ଗ ଦର୍ଶନ କରିଥିଲେ ।

ସମିତିର ଉପସଭାପତି ଶିକ୍ଷାବିତ୍ ବିପିନ୍ ବିହାରୀ କର ଓ ପ୍ରତିଷ୍ଠାତା ସଭ୍ୟ ସୁକାନ୍ତ କିଶୋର ମହାନ୍ତି, ସହ ସମ୍ପାଦକ ଦିବାକର ପ୍ରଧାନ, ସମାଜସେବୀ ଧ୍ରୁବଚରଣ ଶରଣ, ସଭ୍ୟ ମାନସ କୁମାର ମଲ୍ଲ, ଯାମିନିବାଳା ପଟ୍ଟନାୟକ ପ୍ରଭୃତି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପୁରସ୍ତମ ବେହେରା,ଅନନ୍ତ ଚରଣ ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି, ନିରଞ୍ଜନ ସାହୁ, ସନ୍ତୋଷ ସାମଲ, ରାଜମୋହନ ଶତପଥୀ ପ୍ରଭୃତି ଉପସ୍ଥିତ ଥିଲେ । ନୂତନ ସଭ୍ୟ ବିଚିତ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *