Spread the love

zzz

ସାଲେପୁର : ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପରିସରରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଉପଲକ୍ଷେ ଏକ ଫିନାଇଲ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଟ୍ରଷ୍ଟ ସହାୟତାରେ ‘ଅନନ୍ୟା ଗୋନାଇଲ’ର ଶୁଭାରମ୍ଭ ହୋଇଛି |

b7c7b37d-a869-461d-82ff-d12e6cf944f5b8939900-b327-4afb-b7f4-52a647a635a9

ଏହି ଉପଲକ୍ଷେ ପ୍ରଥମେ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନେଇ ହୋଇଥିବା ପ୍ରଶିକ୍ଷଣ ଆଲୋଚନାଚକ୍ରରେ ପ୍ରଶିକ୍ଷକ ଶାରଦା ପ୍ରସାଦ ରଥ ଯୋଗଦେଇ ଗୋନାଇଲର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ | ଅତିଥିଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀ | ଟ୍ରଷ୍ଟର ଅଧ୍ୟକ୍ଷ ସୁକାନ୍ତ କିଶୋର ମହାନ୍ତି ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ କହିଥିଲେ ଓ ଗୋନାଇଲ ପ୍ରଶିକ୍ଷଣ ପାଇ ଗ୍ରାମାଞ୍ଚଳର ମହିଳାମାନେ ନିଜେ ଫିନାଇଲ ପ୍ରସ୍ତୁତ କରିପାରିବେ ଓ ଆତ୍ମନିର୍ଭର ହୋଇ ପାରିବେ ବୋଲି କହିଥିଲେ |

dz zzz
ଏହି ଅବସରରେ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଦ୍ବାରା ‘ଅନନ୍ୟା ଗୋନାଇଲ’ର ଶୁଭାରମ୍ଭ କରାଯାଇଥିଲା | ଉଲ୍ଲେଖଯୋଗ୍ୟ ଗୋନାଇଲ ପ୍ରସ୍ତୁତିରେ ଫିନାଇଲର ସମସ୍ତ ଉପାଦାନ ସହିତ ଟ୍ରଷ୍ଟର ଗୋଶାଳାରୁ ସଂଗୃହୀତ ଗୋମୂତ୍ର ଏବଂ ଟ୍ରଷ୍ଟ ପରିସରରେ ଥିବା ନିମ୍ବଗଛରୁ ନିମ୍ବ ପତ୍ର ସଂଗ୍ରହ କରାଯାଇ ଏହାକୁ ଶିଝାଯାଇ ଅର୍କ ତିଆରି କରାଯିବ ଏବଂ ଏହାକୁ ଫିନାଇଲ ପ୍ରସ୍ତୁତି ସମୟରେ ମିଶାଯାଇ ଗୋନାଇଲ ପ୍ରସ୍ତୁତ ହେବାର ଲକ୍ଷ୍ୟ ରହିଛି | ଆଜିର କାର୍ଯ୍ୟକ୍ରମରେ ପ୍ରଶିକ୍ଷକଙ୍କ ତାଲିମରେ ମହିଳାମାନେ ପ୍ରଥମେ ୧୫ଲିଟର ଗୋନାଇଲ ପ୍ରସ୍ତୁତ କରିଥିଲେ ଯାହାକି ମାଗଣାରେ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ବଣ୍ଟନ କରାଯାଇଥିଲା | ଆଗମୀ ଦିନରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉତ୍ତମମାନର ଗୋନାଇଲ ଯୋଗାଇଦିଆଯିବ ବୋଲି ମହିଳା ଉଦ୍ୟୋଗୀମାନେ କହିଛନ୍ତି |
ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିବାରୁ ଟ୍ରଷ୍ଟକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି |

Leave a Reply

Your email address will not be published. Required fields are marked *