
ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡାର ଏହି ସଂସ୍କରଣରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି ରହିଛି। ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଅର୍ଥାତ୍ ଗତକାଲି ଦୁଇଟି ସୂର୍ଣ୍ଣ ପଦକ ଜିତିଛନ୍ତି। ପ୍ରଥମେ ସୁଟିଂରେ ଗୋଲ୍ଡ ମିଳିଥିବା ବେଳେ ପ୍ରଥମ କରି ମହିଳା କ୍ରିକେଟ ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। ପ୍ରଥମ କରି ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ଭାଗ ନେଇଥିଲେ। ଆଉ ପ୍ରଥମ କରି ଏସିଆ ଗେମ୍ସରେ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଏଥିରେ ଦୁଇଟି ସ୍ୱର୍ଣ୍ଣ ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି।