
ଏହି ବନ୍ଦ ଡାକରା କୃଷକ ଏବଂ କନ୍ନଡ ସମର୍ଥକ ସଂଗଠନ ମଧ୍ୟରେ ମତଭେଦକୁ ପ୍ରତିଫଳିତ କରିଛନ୍ତି । ଗୋଟିପଟେ ଶାନ୍ତାକୁମାର କହିଛନ୍ତି ଯେ ସେ ଆଜି ବେଙ୍ଗାଲୁରୁ ବନ୍ଦକୁ ସମର୍ଥନ କରିବେ। ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବା ବତ୍ତଲ ନାଗରାଜ ସ୍ପଷ୍ଟ କରିଛନ୍ତି ଯେ କନ୍ନଡ ଓକୁଟା ଆଜିର ବନ୍ଦକୁ ସମର୍ଥନ କରୁନାହିଁ। ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ୧୪୪ ଧାରା ଲାଗୁ କରାଯାଇଛି। ସ୍କୁଲ ଓ କଲେଜ ଗୁଡ଼ିକ ମଧ୍ୟ ବନ୍ଦ ରହିଛି ।
ଶାନ୍ତାକୁମାର ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ବନ୍ଦ ଡାକରାକୁ ବହୁ ସଂଗଠନର ସମର୍ଥନ ମିଳିଛି । ଆମେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ଆମର ଦାବି ନେଇ ବିରୋଧ କରିବୁ । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବୁ । ଏବଂ ଯଦି ଆମର ବିରୋଧକୁ ନେଇ ସରକାରଙ୍କ ତରଫରୁ କୌଣସି ଉପଯୁକ୍ତ ପ୍ରତିକ୍ରିୟା ନ ମିଳେ , ତେବେ ତୀବ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ନିଷ୍ପତ୍ତି ନେବୁ।