
କାନାଡା ଗୁଇନ୍ଦାସୂତ୍ରରୁ ତଥ୍ୟ ସଂଗ୍ରହ କରି ଗଣମାଧ୍ୟମ ‘ମିଣ୍ଟ୍’ ରିପୋର୍ଟ କରିଛି ଯେ, ‘ଆନ୍ତଃ-ଗ୍ୟାଙ୍ଗ୍’ ବିବାଦଜନିତ କାରଣରୁ ବୁଧବାର ରାତିରେ ସୁଖ୍ଦୂଲ୍ ସିଂହ ଓରଫ ସୁଖା ଦୁନେକେ ନିହତ ହୋଇଛନ୍ତି। ମୋଗା ଜିଲ୍ଲା ନିବାସୀ ସୁଖା ଥିଲେ ‘ଦାବିନ୍ଦର୍ ବାମ୍ଭିହା’ ଗ୍ୟାଙ୍ଗ୍ର ସଦସ୍ୟ।
ଆଇନ ଏଡ଼ାଇବା ପାଇଁ ପଞ୍ଜାବ ଓ ଆଖପାଖ ଅଞ୍ଚଳରୁ ୨୯ରୁ ଅଧିକ ଗ୍ୟାଙ୍ଗ୍ଷ୍ଟର୍ ଭାରତ ବାହାରେ ଆଶ୍ରୟ ନେଇଛନ୍ତି। ଅତୀତରେ ସେମାନେ ଭ୍ରମଣ କାଗଜପତ୍ର ଜାଲିଆତି କରି ଭାରତୀୟ ପାସ୍ପୋର୍ଟ ବଳରେ କିଂବା ନେପାଳ ବାଟ ଦେଇ ଭାରତରୁ ପଳାୟନ କରିଛନ୍ତି।
ସୂଚନାଯୋଗ୍ୟ, ଜୁନ୍ ୧୯ ତାରିଖରେ ସୁରେଠାରେ ଆନ୍ତଃ-ଗ୍ୟାଙ୍ଗ୍ ବିବାଦରେ ନିହତ ହୋଇଥିବା ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ନିହତ ହେବା ପରି ସୁଖ୍ଦୂଲ୍ ସିଂହ ନିହତ ହୋଇଛନ୍ତି। ନିଜାର୍ଙ୍କ ଉପରକୁ ପ୍ରତିପକ୍ଷ ଗ୍ୟାଙ୍ଗ୍ ୧୫ଟି ଗୁଳି ମାରିଥିଲେ। ସମ୍ପ୍ରତି ନିଜାର୍ଙ୍କ ହତ୍ୟା ଘଟଣାକୁ କେନ୍ଦ୍ର କରି ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି।