
୧୯୮୪ ଦଙ୍ଗା ସଜନ କୁମାର ଗୋଟିଏ ଗୁରୁଦ୍ୱାରରେ ନିଆଁ ଲଗାଇ ଦେଇଥିବା ଘଟଣାରେ ମଧ୍ୟ ଅଭିଯୁକ୍ତ ଥିଲେ। ଗତ ମାସରେ ଗୋଟିଏ କୋର୍ଟ ସଜନ କୁମାରଙ୍କୁ ପ୍ରାଥମିକ ଷଡ଼ଯନ୍ତ୍ରକାରୀ କହିଥିଲେ। କୋର୍ଟ କହିଥିଲେ ଯେ ସଜନ କୁମାର ହିଂସା ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଥିଲେ। ଦିଲ୍ଲୀର ନାୱାଡା ଅଞ୍ଚଳ ଅନ୍ତର୍ଗତ ଗୁଲାବ ବାଗ ଠାରେ ଥିବା ଗୁରୁଦ୍ୱାରରେ ନିଆଁ ଲଗାଇବା ତାଙ୍କ ଉଦ୍ଦେଶ୍ୟ ଥିଲା। ୧୯୮୪ ମସିହା ନଭେମ୍ବର ୧ରେ ଏହି ଘଟଣା ଘଟିଥିଲା। କୋର୍ଟ ଆହୁରି କହିଥିଲେ ଯେ ଭିଡ଼ରେ ସାମିଲ ହୋଇଥିବା ଲୋକମାଦନେ ଶିଖମାନଙ୍କ ଘର ଜାଳି ଦେବାକୁ ଚେଷ୍ଟା କରିଥିଲେ। ସଜନ କୁମାର ହିଁ ଲୋକଙ୍କୁ ଉସକାଇଥିଲେ।
ପ୍ରାୟ ୧୩ ବର୍ଷ ତଳେ ଅର୍ଥାତ ୨୦୧୦ ଜୁଲାଇ ମାସରେ କାରକରଡୁମା କୋର୍ଟ ସଜନ କୁମାର, ବ୍ରହ୍ମାନନ୍ଦ, ପେରୁ, କୁଶଲ ସିଂହ ଓ ବେଦ ପ୍ରକାଶଙ୍କ ନାଁରେ ଚାର୍ଜଫ୍ରେମ କରିଥିଲେ। ଏମାନେ ସୁଲତାନପୁରରେ ୬ ଜଣଙ୍କୁ ହତ୍ୟା କରିଥିଲେ। ତେବେ ଆଜି ରୋଜ ଆଭିନ୍ୟୁ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ମାମଲାର ଶୁଣାଣି ଅକ୍ଟୋବର ୧୩ ଯାଏ ଘୁଞ୍ଚି ଯାଇଛି।