
ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ।
ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।