Spread the love

 

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ସୋମବାର ରାତିରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଏକ ହାତୀ ବେଶ ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀମନ୍ଦିର ଠାରେ ପହଞ୍ଚିଥିଲା। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ବଢ଼ିବା ପରେ ଶ୍ରୀରାମକୃଷ୍ଣ ଠାକୁରଙ୍କ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇ ସିଂହଦ୍ଵାର ନିକଟରେ ପଡ଼ିଥିବା କାଠ ସିଂହାସନରେ ବିଜେ ହୋଇଥିଲେ।

ସେଠାରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବା ସହ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇ ବନ୍ଦାପନା କରାଯାଇଥିଲା। ଏହାପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ। ତେବେ ଏହି ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ନୀତି ଦେଖିବା ପାଇଁ ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ ଜମିଥିଲା।

Leave a Reply

Your email address will not be published. Required fields are marked *