
ସୂଚନାଯୋଗ୍ୟ ଯେ, ବିରିୟାନୀ, ମଦ ସହ ଘରକୁ ଡାକି ଇରାନୀ କରିଥିଲେ ବ୍ଲାକମେଲ୍ । ଏପିରିକି ଦୁଷ୍କର୍ମ କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଦାବି କରିଥିଲେ ହନିଟ୍ରାପ୍ କୁଇନ୍ । ଲୋକଲଜ୍ଜା ଭୟରେ ସେତେବେଳେ ଛାତ୍ର ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇନଥିଲେ । ଗ୍ରୋସରୀ ଦୋକାନୀ ମଧ୍ୟ ଦେହ ସୌଦାରେ ଠକେଇର ଶିକାର ହୋଇଛନ୍ତି । ରାସନ କିଣିବା ବେଳେ ଦୋକାନୀ ମଧୁଫାଶରେ ପଡ଼ିଥିଲେ । ପ୍ରତିଷ୍ଠିତ ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ପୋଲିସ । ପୂର୍ବରୁ ଚିକିତ୍ସା ବାହାନାରେ ହାନିଟ୍ରାପ୍ ଘଟଣାରେ ଲେଡି ଡନ୍ ଇରାନୀ ଓ ୩ ସହଯୋଗୀ ଗିରଫ ହୋଇଛନ୍ତି । ଡାକ୍ତରଙ୍କୁ ବ୍ଲାକମେଲ୍ କରୁଥିବା ବେଳେ ତମାଣ୍ଡୋ ପୋଲିସ ବାନ୍ଧିଥିଲା ।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ ୭ ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୋଲିସଙ୍କୁ ଏକ ହ୍ୱାଟସ୍ଆପ୍ ଚାର୍ଟ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣଙ୍କ ସେକ୍ସ ପାଇଁ ବ୍ଲାକ୍ମେଲ୍ କରୁଥିବା ଚାର୍ଟରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ଜାଣିବା ପରେ ପୋଲିସର ହୋସ୍ ଉଡିଯାଇଥିଲା ।