
ଗତକାଲି ୫୯ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ସଦର ବ୍ଲକର ମଝାପଡା ଓ ବାଲିଶଙ୍କରା ବ୍ଲକ ଅଂଚଳରେ ମାତ୍ରାଧିକ ଅ।କ୍ରାନ୍ତ ଚିହ୍ନଟ ହୋଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେବା ସହ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଓ ଡାକ୍ତରମାନଙ୍କ ସହ ଭର୍ଚୁଅ।ଲ ମୋଡରେ ବୈଠକ କରାଯାଇଛି ।
ପଞ୍ଚାୟତ ସ୍ତରରୁ ଜନସାଧାରଣଙ୍କୁ କିଭଳି ଭାବରେ ଅ।ହୁରି ସଚେତନ କରାଯାଇପାରିବ ତା’ ଉପରେ ବୈଠକରେ ଗୁରୁତ୍ଵ ଦିଅ।ଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଚନା ଦେଇଛନ୍ତି ।
ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସ୍ୱାସ୍ଥ୍ୟ ବିଭାଗ । ଭିମସାରରୁ ଏକ ମେଡିକାଲ ଟିମ୍ ବରଗଡ଼ ଜିଲ୍ଲା ଗସ୍ତ କରିବ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।