
ପ୍ରଶାନ୍ତଙ୍କ ମାଆଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ପ୍ରଶାନ୍ତଙ୍କ ପରିବାର ଖାଇପିଇ ଶୋଇଥିଲେ। କିନ୍ତୁ ରାତିରେ ସେମାନଙ୍କ ଝାଡାବାନ୍ତି ହେବା ସହ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପତ୍ନୀ ଓ ଦୁଇ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗୁରୁତର ଥିବା ପ୍ରଶାନ୍ତଙ୍କ ମାଆଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୋଲିସ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ପ୍ରଶ୍ନ ଉଠୁଛି, ସ୍ବାମୀ କାହିଁକି ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରିବେ ? ଖାଦ୍ୟ ଖାଇବା ପରେ ସମସ୍ତଙ୍କର ଝାଡାବାନ୍ତି କାହିଁକି ହେଲା ? ଖାଦ୍ୟରେ ଏମିତି କଣ ମିଶିଥିଲା ? ଖାଦ୍ୟରେ ବିଷ ମିଶିଥିଲା କି ? ଯଦି ନାହିଁ ତେବେ କେମିତି ଓ କେଉଁ ପରିସ୍ଥିତିରେ ୩ ଜଣଙ୍କର ମୃତ୍ୟୁ ହେଲା । ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ୩ ଜଣଙ୍କର ମୃତ୍ୟୁ ରହସ୍ୟ ।