
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଯଦି କେହି ପୂଜା ଚାନ୍ଦା ମାଗୁଛନ୍ତି ତ ତୁରନ୍ତ କମିସନରେଟ ପୁଲିସକୁ ଯୋଗାଯୋଗ କରନ୍ତୁ। କମିସନରେଟ୍ ପୁଲିସ୍ ପକ୍ଷରୁ ୭୦୭୭୭୯୮୧୧୧ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ପୁଲିସ୍ ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖିବ।’’
ସେ ଆହୁର ବି କହିଛନ୍ତି, ‘‘ ଗଣେଷ ପୂଜା ଓ ଦୂର୍ଗାପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଟିମ୍। ପେଶାଦାର ଅପରାଧୀମାନଙ୍କୁ ଧରିବାକୁ ସ୍ପେଶାଲ ଟିମ ଗଠନ ହୋଇଛି । ନିଶା କାରବାର ଉପରେ ପ୍ରତିଦିନ ଚଢ଼ାଉ ଚାଲିଛି। ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଗ୍ୟାଙ୍ଗ୍ ଉପରେ କଡା ନଜର ରଖିଛି ପୁଲିସ୍।’’