
ପରିବାର ଲୋକଙ୍କ କହିବା ଅନୁଯାୟୀ, ଯଶୋଦା ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ କୀଟ ତାଙ୍କୁ କୁଆଡେ କାମୁଡି ଦେଇଥିଲା । ପରେ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ରିପୋର୍ଟ ଆସିଛି ଏବଂ ଏଥିରେ ମଧ୍ୟ ସ୍କ୍ରବ ଟାଇଫସ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ଏହା ହେଉଛି ପ୍ରଥମ ସ୍କ୍ରବ ଟାଇଫସ ମୃତ୍ୟୁ ।
ବିଶେଷଜ୍ଞକଙ୍କ କହିବା ଅନୁଯାୟୀ, ଚିଗର୍ସ ନାମକ ଏକ କୀଟ କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପୁଛି । ଏହି ପୋକ କାମୁଡିଲେ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ପୋକ କାମୁଡିଲେ ସେହି ଜାଗା ନାଲି ପଡିଯିବା ସହ ସ୍କିନ ଡେଡ ହୋଇଯାଉଛି । ଏହାକୁ ଏଚାର କହନ୍ତି । ସ୍କିନ ଡେଡ ହେବା ସହ ଜ୍ୱର ମଧ୍ୟ କମି ନ ଥାଏ । ବିଶେଷ କରି ବିଲବାଡିକୁ ଯାଉଥିବା ଲୋକଙ୍କୁ ଏହି ରୋଗ ବେଶି ହେଉଛି । ଏଥିପ୍ରତି ସତର୍କ ରହିବା ସହ ତୁରନ୍ତ ଏହାର ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କାରଣ ତୁରନ୍ତ ଚିହ୍ନଟ ହୋଇ ଚିକିତ୍ସା କରାଗଲେ ବିପଦ ନ ଥାଏ ବୋଲି ଡାକ୍ତର କହିଛନ୍ତି ।